ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
ବନ୍ଧକ ଶ୍ରମିକଙ୍କ ସମ୍ପର୍କରେ ଭ୍ରାନ୍ତ ଧାରଣା ଓ ତଥ୍ୟ
ଧାରଣା ୧: ବନ୍ଧକ ଶ୍ରମିକ ହେଇଛି ଅତୀତର ଘଟଣା।
ତଥ୍ୟ: ବିଶ୍ଵବ୍ୟାପୀ ବିଶେଷକରି ଭାରତ ଭଳି ଦେଶରେ ଲକ୍ଷ ଲକ୍ଷ ଲୋକ ଏବେ ମଧ୍ୟ ବନ୍ଧକ ଶ୍ରମିକ ଭାବରେ ନିୟୋଜିତ ହେଉଛନ୍ତି। ଗୋତି ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ, ୧୯୭୬ ର ପ୍ରଣୟନ ପରେ ମଧ୍ୟ ଏହା ବିଭିନ୍ନ କ୍ଷେତ୍ର ଯେପରିକି ଖଣି, ଇଟାଭାଟି, ନିର୍ମାଣ କ୍ଷେତ୍ର, ବସ୍ତ୍ରଶିଳ୍ପରେ ଲୁଚାଛପାରେ ଏହି ବେଆଇନ କାର୍ଯ୍ୟ ଚାଲିଛି।
ଧାରଣା ୨: ବନ୍ଧକ ଶ୍ରମିକ ଏକ ସାମାଜିକ ସମସ୍ୟା।
ତଥ୍ୟ: ବନ୍ଧକ ଶ୍ରମିକ କେବଳ ଏକ ସାମାଜିକ ସମସ୍ୟା ନୁହେଁ ଏହା ଏକ ଗୁରୁତର ଏବଂ ଦଣ୍ଡନୀୟ ଅପରାଧ। ଭାରତୀୟ ଆଇନ ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ଋଣ ପରିଶୋଧ କରିବା ପାଇଁ ବନ୍ଧକ ଶ୍ରମିକ ଭାବରେ କାମ କରାଇବା ବେଆଇନ। ଏପରି କ୍ଷେତ୍ରରେ ବନ୍ଧକ ଶ୍ରମିକ ନିୟୋଜିତ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ ମଧ୍ୟ କରାଯାଇ ପାରେ।
ଧାରଣା ୩: ଋଣ ନେଇଥିବା ବ୍ୟକ୍ତି ଋଣ ପରିଶୋଧ ନହେବା ଯାଏଁ କ୍ରୀତଦାସ ଭଳି କାମ କରିବାକୁ ବାଧ୍ୟ।
ତଥ୍ୟ: ଋଣ ଶୁଝିବା ପାଇଁ ବାଧ୍ୟ ହୋଇ କାମ କରିବା ବେଆଇନ। ଋଣ ପାଇଁ କ୍ରୀତଦାସ ହେବାକୁ ବାଧ୍ୟ କରୁଥିବା ବ୍ୟକ୍ତିଙ୍କୁ ଆଇନ ସୁରକ୍ଷା ଦେଇଥାଏ। କୌଣସି ମଧ୍ୟ ନିଯୁକ୍ତିଦାତା ଋଣ ପରିଶୋଧ କରିବା ପାଇଁ କୌଣସି ବ୍ୟକ୍ତିଙ୍କୁ ବନ୍ଧକ ଶ୍ରମିକ ଭାବରେ କାମ କରାଇପାରିବେ ନାହିଁ କିମ୍ବା ସେମାନଙ୍କୁ ଅନ୍ୟତ୍ର କାର୍ଯ୍ୟ କରିବା ପାଇଁ ମଧ୍ୟ ଅଟକାଇ ପାରିବେ ନାହିଁ।
ଧାରଣା ୪: ଜଣେ ଋଣ ଦାତାଙ୍କର ଋଣ ନେଇଥିବା ବ୍ୟକ୍ତିଙ୍କ ଜୀବନଜୀବିକା ଉପରେ ପ୍ରତିବନ୍ଧକ ଲଗାଇବା ସହ ସେମାନଙ୍କୁ ଶୋଷଣ କରିବାର ଅଧିକାର ଅଛି।
ତଥ୍ୟ: କୌଣସି ଶ୍ରମିକଙ୍କର ଗତିବିଧି ବା ଜୀବନଜୀବିକା ଉପରେ ଅଙ୍କୁଶ ଲଗାଇବା ପାଇଁ କୌଣସି ନିଯୁକ୍ତିଦାତାଙ୍କର ଆଇନଗତ ଅଧିକାର ନାହିଁ , ଅଗ୍ରିମ ଅର୍ଥ ଦେଇଥିଲେ ମଧ୍ୟ ନୁହେଁ। କୌଣସି ବ୍ୟକ୍ତିଙ୍କ ଗତିବିଧି କିମ୍ବା ବାଧ୍ୟତାମୂଳକ ସର୍ତ୍ତ ମାନବିକ ଅଧିକାରର ଉଲଂଘନ ଏବଂ ଭାରତୀୟ ଆଇନ ଅନୁଯାୟୀ ଅପରାଧ।
ଧାରଣା ୫: ଯେହେତୁ ଆପଣ ଋଣ ନେଇଛନ୍ତି ଆପଣ ସର୍ବନିମ୍ନ ପାରିଶ୍ରମିକ ପାଇବାର ହକଦାର ନୁହନ୍ତି।
ତଥ୍ୟ: ଯଦି କୌଣସି ବି ଶ୍ରମିକ ଅଗ୍ରିମ ଅର୍ଥ ନେଇଥିଲେ ବି ସେ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ମଜୁରୀ ପାଇବା ପାଇଁ ହକଦାର। ଅଗ୍ରିମ ଅର୍ଥ ଦେବା ଆଳରେ ଶ୍ରମିକ ମାନଙ୍କୁ ବିନା ମଜୁରିରେ କାମ କରାଇ ପାରିବେ ନାହିଁ।
ଧାରଣା ୬: ଋଣ ଦେଇଥିବା ନିଯୁକ୍ତିଦାତାଙ୍କ ଅର୍ଥ ପରିଶୋଧ ନକରିବା ଯାଏଁ ଆପଣ ଅନ୍ୟତ୍ର କାର୍ଯ୍ୟ କରିପାରିବେ ନାହିଁ।
ତଥ୍ୟ: ଶ୍ରମିକ ମାନେ ଋଣ ନେଇଥିଲେ ମଧ୍ୟ ସେମାନେ ତାଙ୍କ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନରେ କାମ କରିପାରିବେ। ଋଣ ପରିଶୋଧ ନହେବା ଯାଏଁ ସେମାନଙ୍କୁ କାମ କରିବ ପାଇଁ ବାଧ୍ୟ କରିବା କୌଣସି ନିଯୁକ୍ତିଦାତାଙ୍କର ଆଇନଗତ ଅଧିକାର ନାହିଁ।