ଆମ ଯାତ୍ରା
ଶ୍ରମବାହିନୀର ଯାତ୍ରା ୨୦୧୯ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଆମେ କେତେଜଣ ମୁକ୍ତ ବନ୍ଧକ ଶ୍ରମିକ ଏକ କାର୍ଯ୍ୟକ୍ରମରେ ଭେଟ ହେଲୁ। ପରସ୍ପର ମଧ୍ୟରେ କଥାବାର୍ତା ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଏହି ସମସ୍ୟା କିପରି ଆମ ସମ୍ପ୍ରଦାୟକୁ ପ୍ରଭାବିତ କରୁଛି ଏବଂ କିଛି ଶ୍ରମିକ ଉଦ୍ଧାର ହେବା ସତ୍ୱେ ମଧ୍ୟ ସେହି ଜାଲରୁ ମୁକୁଳି ପାରୁ ନାହାନ୍ତି। ସରକାରୀ ସହାୟତା, କ୍ଷତିପୂରଣ, ଜାଗା ଏବଂ ଅନ୍ୟ ସହାୟତା ପାଇବାରେ ବିଳମ୍ବ ହେତୁ ଲୋକମାନଙ୍କୁ ପୁନର୍ବାର ଶୋଷଣର ଶିକାର ହେବା ପାଇଁ ପଡ଼ୁଛି। ସତରେ ଏହା ହୃଦୟ ବିଦାରକ ଥିଲା ଏବଂ ଆମେ ନିଷ୍ପତ୍ତି ନେଲୁ ଯେ ଆମକୁ ହିଁ କିଛି କରିବାକୁ ପଡିବ।
ଯେମିତିକି ଆମ ମାନଙ୍କ ମଧ୍ୟରୁ କେତେଜଣ ଶିକ୍ଷିତ ଥିଲେ, ପ୍ରଥମେ ଆମେ ସରକାରୀ ଅଧିକାର ଗୁଡିକର ଆବେଦନ ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ନିଷ୍ପତି ନେଲୁ। ଆମେ ଅନ୍ୟମାନଙ୍କ ତରଫରୁ ସରକାରୀ କର୍ମଚାରୀଙ୍କୁ ଅନୁସରଣ କଲୁ। ଯେତେ ଅଧିକ କାମ କଲୁ, ସେତିକି ଆମର ଆତ୍ମବିଶ୍ୱାସ ମଧ୍ୟ ବଢ଼ିବାରେ ଲାଗିଲା। ଆମ ମାନଙ୍କର ଏକ ଛୋଟ ପ୍ରୟାସ ଦ୍ୱାରା ହେଉଥିବା ପରିବର୍ତନ ଆମକୁ ଆହୁରି ଆଗକୁ ବଢିବାକୁ ଉତ୍ସାହିତ କଲା।
ଧୀରେ ଧୀରେ ଆମେ କିଛି ବୁଦ୍ଧିଜୀବୀ ଏବଂ ଶୁଭେଛୁଙ୍କ ସଂସ୍ପର୍ଶରେ ଆସିଲୁ ଯେଉଁମାନ କି ଆମକୁ ଏ ଦିଗରେ କିଛି ବଡ ଭାବିବାକୁ ଉତ୍ସାହିତ କଲେ। ସେମାନେ ଆମ କାର୍ଯ୍ୟକୁ ବିଶ୍ୱାସ କରିବା ସହ ଏକ ବିଧିବଦ୍ଧ ଅନୁଷ୍ଠାନ ଗଠନ କରି ଆମ ପ୍ରୟାସକୁ ଏକ ବୃହତ୍ତ ଦିଗକୁ ନେବା ପାଇଁ ପରାମର୍ଶ ଦେଲେ। କିଛି ଛାତ୍ର ସ୍ୱେଛାସେବୀ ଏବଂ ସମର୍ଥକଙ୍କ ସହଯୋଗରେ ୨୦୧୩ ମସିହାରେ ଆମେ ଶ୍ରମବାହିନୀକୁ ଆନୁଷ୍ଠାନିକ ଭାବେ ପଞ୍ଜିକୃତ କରିବାରେ ସଫଳ ହେଲୁ।
ସେହି ଦିନ ଠାରୁ ଆମେ ବିଭିନ୍ନ ସଂଗଠନ ଏବଂ ଶିକ୍ଷାନୁଷ୍ଠାନର ବୈଠକ ଗୁଡିକରେ ଯୋଗ ଦେଇ ଏହି ଲଢେଇକୁ କିପରି ଆଗକୁ ନେବୁ ସେଦିଗରେ କାମ କରୁଛୁ। ଏ ଦିଗରେ ସାମାଜିକ ଗଣମାଧ୍ୟମ ମଧ୍ୟ ଆମ ପାଇଁ ଏକ ମୂଲ୍ୟବାନ ସାଧନ ରୂପେ କାମ କରୁଛି, ଯାହା ଦ୍ୱାରା ଏକା ସାଙ୍ଗରେ ବହୁମାତ୍ରାରେ ଦର୍ଶକଙ୍କୁ ବନ୍ଧକ ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ସୂଚନା ଦେବା ସହ ସେମାନଙ୍କ ବିଷୟରେ ମଧ୍ୟ ଜାଣିପାରୁଛୁ। ବହୁ ପଥ ଅତିକ୍ରମ କଲା ପରେ ମଧ୍ୟ ଆମ ଲକ୍ଷ୍ୟ ହେଉଛି ବନ୍ଧକ ଶ୍ରମରୁ ମୁକ୍ତ ହୋଇଥିବା ଶ୍ରମିକ ମାନଙ୍କ ଅଧିକାର ପାଇଁ ଲଢେଇ କରିବା ଏବଂ ତା ସହ ଏହି ଅପରାଧକୁ ଆମ ସମାଜରୁ ମୂଳପୋଛ କରିବା।
ଶ୍ରମବାହିନୀ ହେଉଛି କିଛି ମୁକ୍ତ ବନ୍ଧକ ଶ୍ରମିକମାନଙ୍କ ମିଳିତ ସ୍ୱର, ଯେଉଁମାନେ କି ଏକାଠି ହୋଇ ସମାଜରୁ ବନ୍ଧକ ଶ୍ରମର ଶୃଙ୍ଖଳାକୁ ଭାଙ୍ଗିବାକୁ ପ୍ରତିଶୃତିବଦ୍ଧ।
ଆମ ଦଳ
ଆମ ସଂଗଠନ କିଛି ମୁକ୍ତ ବନ୍ଧକ ଶ୍ରମିକ ଏବଂ କର୍ତ୍ତବ୍ୟରତ ସ୍ବେଛାସେବୀଙ୍କୁ ନେଇ ଗଠିତ, ଯେଉଁମାନେ କି ବ୍ୟକ୍ତିଗତ ଅଭିଜ୍ଞତା ସହ ଆମ କାମ ପାଇଁ ଦୃଢ ପ୍ରତିବଦ୍ଧ। ସମ୍ପ୍ରଦାୟର ବିଭିନ୍ନ ବ୍ୟକ୍ତିଙ୍କ ସହ ଜଡିତ ରହି ମୁକ୍ତ ବନ୍ଧକ ଶ୍ରମିକ ମାନଙ୍କୁ ଆଇନ ବ୍ୟବସ୍ଥା ସହ ଜଣାଇବା ଏବଂ ସେମାନଙ୍କ ଅଧିକାର ପାଇଁ ସାହାଯ୍ୟ କରିବାକୁ ଆମେ ଅକ୍ଲାନ୍ତ ପରିଶ୍ରମ କରୁଛୁ । ଆମର ସାମୁହିକ ଶକ୍ତି ବନ୍ଧକ ପୀଡିତ ମାନଙ୍କ ନେତୃତ୍ବରେ ଆସିଛି ଯାହା ସୁନିଶ୍ଚିତ କରେ କି ଅଧିକାଂଶ ବନ୍ଧକ ଶ୍ରମିକ ପରିବର୍ତ୍ତନର ଅଗ୍ରଭାଗରେ ଅଛନ୍ତି।

